Unknown

 

 

 

 

 

 

 

 

 

 

ନୀତି-ପ୍ରଦୀପ

ରତ୍ନାକର ଶର୍ମା

 

କୃଷ୍ଣବର୍ଣ୍ଣ ପିକ, ଦିଶେ ବାୟସ ନନ୍ଦନ,

ଉଚ୍ଚ-ପ୍ରସୂତି ତନୟେ ନକରେ ପାଳନ,

ତଥାପି ସେପିକ ଅଟେ ସର୍ବ ଜନ ପ୍ରିୟ,

ମଧୁର ବଚନେ ଦୋଷ ନୁହେ ଗ୍ରହଣୀୟ ।

ଅଟଇ ନିବାସ ଯାର ମଳୟ ତ ବନ,

ନବନୀତ କୋମଳ ଯା, ଅଟେ ଅପଘନ

କ୍ଷୁଧା ନିବାରଇ ପାନ କରିଣ ପବନ,

ମସ୍ତକରେ ଶୋଭା ପାଏ ଯାହାର ରତନ,

ସେ ସର୍ପକୁ ଦୂରୁ ସର୍ବେ କରନ୍ତି ବର୍ଜନ,

ହୋନ୍ତି ମୁଖ ଦୋଷେ ନିନ୍ଦ୍ୟ ଦୁଷ୍ଟରେ ଗଣନ ।

ବୁରକଖାଏ ପଙ୍କ ହୋଇ ପଦ୍ମ-ମୂଳ ବାସୀ,

ପଦ୍ମମଧୁ ପିଏ ଭୃଙ୍ଗ ବହୁ ଦୂରୁ ଆସି,

ଗୁଣୀ-ଗୁଣ ଦୂରୁ ଥାଇ ଚିହ୍ନଇ ସଜ୍ଜନ,

କିହେବ ଥିଲେ ସମୀପେ ? ନଚିହ୍ନେ ଦୁର୍ଜନ ।

ସରବ ଶଇଳେ କେବେ ନମିଳେ ମାଣିକ୍ୟ,

ସରବ ବାରଣ ଗିରେ ନଥାଏ ମୌକ୍ତକ

 

ନମିଳେ ସୁଗନ୍ଧୀ ଘନ ସାର ସବୁବନେ

ନଥାନ୍ତି ସରବ ସ୍ଥଳେ ସବୁ ନର ଗଣେ ।

 

ଅନଳେ ଦହିଲେ କାନ୍ତି ନତେଜେ ସୁବର୍ଣ୍ଣ,

ଇକ୍ଷୁ ସ୍ୱାଦୁ ନମୁଞ୍ଚଇ କରିଲେ ଛେଦନ,

ଘର୍ଷଣେ ସୁବାସ କେବେ ନଛାଡ଼େ ଚନ୍ଦନ,

ସ୍ୱପ୍ରକୃତି ନମୁଞ୍ଚନ୍ତି ପ୍ରାଣାନ୍ତେ ସଜ୍ଜନ ।

ଉଚ୍ଚଗିରି-ବୁକ୍ଷୁ ଫଳ ଲଭିବାକୁ ଦକ୍ଷ,

ହୁଏ ବଳିରୁକ ଯେଣୁ ଅଟେସେ ସପକ୍ଷ,

ସିଂହବଳୀ, ବିଦାରଣ କରଇ ବାରଣ,

ପକ୍ଷ ହୀନେ ଫଳଲାଭେ ହୁଏ ଅଭାଜନ ।

ଦିବ୍ୟଚୁତ ରସ କଳକଣ୍ଠ କରି ପାନ,

ଗରବ ହୃଦରେ କେବେ ନଦିଅଇ ସ୍ଥାନ,

ମାତ୍ରଦେଖ ପାନକରି କଦ୍ଦର୍ମ ଉଦକ,

ଛାର ମଣ୍ଡୁକ କରଇ ସଦା ମକ ମକ ।

ପରୋକ୍ଷରେ କାର୍ଯ୍ୟହନ୍ତା ଅଟେ ଯେଉଁଜନ,

କିନ୍ତୁ ପ୍ରତ୍ୟକ୍ଷରେ କହେ ଅମୀୟ ବଚନ,

 

ବିଷପୂର୍ଣ୍ଣ ପଯୋମୁଖ ଘଟଇ ସମାନ,

ବର୍ଜିବ ଇଦୃଶ ମିତ୍ରେ ଯତ୍ନେ ଜ୍ଞାନବାନ ।

 

ମଳୟ ଉପକଣ୍ଠରେ ଯାହାର ସଦନ,

ସୁଗନ୍ଧୀ ଚନ୍ଦନ ସେହୁ କରଇ ଇନ୍ଧନା

ରତ୍ନାକର ତୀରେ ଅଟେ ଯାହାର ନିବାସ,

ରତନ ନିଚୟେ ମଣେ ପାଷାଣ ସଂକାଶ,

 

କାଶ୍ମୀର ଦେଶରେ ଅଟେ ଯେ ଲୋକର ଘର,

କୁଙ୍କୁମରେ ସେ ଲୋକର ନଥାଏ ଆଦର,

ଯେବଣ ପଦାର୍ଥ ଥାଏ ଯାହାର ପାଶର,

ମହାର୍ଘ ହେଲେହେଁ ତହିଁବର୍ତ୍ତେ କ୍ଷୀଣାଦର ।

ଅତି ଦର୍ପେ ରାବଣର ଲଙ୍କା ଗଲା ନାଶ,

ଅତିଦାନେ ବଳୀ କଲେ ପାତାଳରେ ବାସ

ଅତିମାନେ କୁରୁ ନାଶ ସ୍ୱଗୋତ୍ର ସହିତ,

ସବୁ କାର୍ଯ୍ୟ ଅତିକଲେ ହୁଅଇ ଗର୍ବିତ ।

ଯେ ଯେଉଁ ସ୍ଥଳିକୁ ସଦା କରଇ ଗମନ,

ଯାରଗୃହେ ନିତ୍ୟ ଯେହୁ କରଇ ଅଶନ,

 

ହୋଇ ଥାଉ ପଛେ ଶକ୍ର ସମ୍ମାନ ପୂତନ,

ସେସ୍ଥଳେ ଲଘୁତା ପ୍ରାପ୍ତ ହୁଏ ସେହୁଜନ ।

 

ବାସ କରିଥାଏ ସଦା କାଞ୍ଚନ ପିଞ୍ଜରେ,

କରନ୍ତି ଗାତ୍ର ମାର୍ଜନ ନୃପ ସ୍ୱହସ୍ତରେ,

ସାହୁ ରସାଳ, ଦାଡମ୍ବ କରଇ ଭୋଜନ,

ପାନକରି ନାଶେ ତୃଷା ସୁଧା ସମ ବନ,

 

ସଦା ରାମକୃଷ୍ଣ ନାମ କରଇ ପଠନ,

ତଥାପି ଶୁକଭ ଜନ୍ମ-ବୃକ୍ଷ-କ୍ରୋଟେ ମନ

ଆକୁଳିନ ଲୋକ ଯେବେ ହୁଅଇ ରାଜନ,

ପଣ୍ଡିତ ହୁଅଇ ଯେବେ ମୂର୍ଖର ନନ୍ଦନ,

ନିର୍ଦ୍ଧନ ମନୁଷ୍ୟ ଯେବେ ପାଏ ବହୁଧନ,

ତୃଣ-ଗୁଳ୍ମ ଜଗତକୁ କରଇ ଗଣନ ।

ମହତ ଜନ ହେଲେ ହେଁ ଆପଦେ ପତିତ,

ସ୍ୱୀୟ ଉଦାର ଭାବକୁ କରେ ପ୍ରକାଶିତ,

ହୋଇ ଅଗୁରୁ ଚନ୍ଦନ ଅନଳେ ଦହନ,

ଚଉଦିଗେ ସଉରଭ କରେ ବିକିରଣ ।

 

ମୃଣାଳପତ୍ର ଏତତ ଯେକରେ ଅଶ୍ୱନ,

କରିଣୀ ସଙ୍ଗରେ କ୍ରୀଡ଼ା କରେ ଅନୁକ୍ଷଣ,

ପର୍ବତ କନ୍ଦରେ କରେ ସ୍ୱଚ୍ଛନ୍ଦେ ଭ୍ରମଣ,

ତୃଷା ନିବାରଇ ପିଇ ନିର୍ଝରର ବନ,

ସେହିବନ୍ୟ କରି ହୋଇ ମାନବେ ବନ୍ଧନ,

ତୃଣାହାର କରି କରେ ଶରୀର ପୋଷଣ,

କପାଳରେ ଥାଏ ଯାହା ଦଇବ ଲେଖନ,

ତାହା ଆନ କରିବାକୁ କେହେବ ଭାଜନ ?

ମାତୁଳ ଅଟନ୍ତି ଯାର ପ୍ରଭୁ ଦୟା ମୟ,

ଜନକ ଅଟନ୍ତି ଯାର ବୀରଧନଞ୍ଜୟ,

ସେହି ଅଭିମନ୍ୟୁ ରଣେ କରିଲେ ଶୟନ,

କାର ସାଧ୍ୟ ନିୟତିକି କରିବି ଖଣ୍ଡନ ? ।

ଅଶ୍ୱମଧ୍ୟେ ସେହିଦୁଃଖୀ ଯାର ନାହିଁ ଧନ,

ତାହାଠାରୁ କଳିଦୁଃଖୀ ରୁଣୀ ଯେଉଁ ଜନ,

ଏ ବେନିଙ୍କଠାରୁ ଦୁଃଖୀ ରୋଗ ଅଛିଯାର,

ସବୁଠାରୁ ବଳିଦୁଃଖୀ ଯାର ନଷ୍ଟ ଦାର ।

 

ଚନ୍ଦ୍ରେ ଦନକରେ ରାହୁ କରଇ ପୀଡ଼ନ,

ଗଜ ଭୁଜଙ୍ଗ, ବିହିଙ୍ଗ ଲଭନ୍ତି ବନ୍ଧନ

ଦାରିଦ୍ର୍ୟ ଦୋଷରେ କଷ୍ଟ ଲଭେ ଜ୍ଞାନବାନ

ଜଣାଗଲା ଏକା ଦୈବ ଅଟେ ବଳବାନ ।

ଦରିଦ୍ର ହୋରଣ ଯେବେ ଦାନ କରେଧନ,

ପ୍ରଭୁଯେବେ ହୁଏ କ୍ଷମାଗୁଣ ପରାୟଣ,

ଯବୁା ଯଦି ନିତ୍ୟ ଈଶ କରଇ ସ୍ମରଣ’

ଭଗବାନ କରେ ଯଦି ମୌନ ଆଚରଣ,

 

ସୁଖୀ ଯବ ସୁଖଭୋଗେ ନହୁଏ ମଗନ,

ତାହାସୁଖେ ସ୍ୱର୍ଗଥାମେ କରନ୍ତି ଗମନ ।

କାଳକୂଟ ସଦା ଶିବ କଣ୍ଠେ ଛନ୍ତି ବହି,

କୁର୍ମ୍ମରାଜ ପୃଷ୍ଠ ଦେଶେ ବହିଛନ୍ତି ମହୀ,

 

ଦୁର୍ଦିନ ବାଡବ ଅବ୍ଧି କରିଛି ଧାରଣ,

କୃତଅଙ୍ଗୀ କାର ସନ୍ଥ କରନ୍ତି ପାଳନ,

ସର୍ବଭୂତେ ଆତ୍ମବତ ଯେ କରଇ ଜ୍ଞାନ,

ପରଦ୍ରବ୍ୟ ଯେମଣଇ ଲୋଷ୍ଟ୍ରର ସମାନ,

 

ପରଦ୍ୱାରା ମାରୁସମ ଯେକରେ ଲୋକନ,

ତାହାକୁ ଜାଣିବ ଭବେ ପଣ୍ଡିତ ସୁଜନ, ।

ବଚନ କହିବ ବଳି ଚନ୍ଦନ ଶୀତଳ;

ସଜ ସରୋଜର ସମ ବଦନ ନିମ୍ମିଳ,

ମାତ୍ର କରିଛି କର୍ତ୍ତଦୀ ହୃଦରେ ଧାରଣ’

ଏତ୍ରିବିଧି ଅଟେ ଧୁର୍ତ୍ତ ଲୋକର ଲକ୍ଷଣ ।

ପର ଯେବେ ହିତ ପାଞ୍ଚେ-ବନ୍ଧୁ ସେହିଜନ,

ବନ୍ଧୁପର ଯେବେ କରେ ଆହତ ସାଧନ,

ଦେହରୁ ବ୍ୟାଧି ଜନମି ସାଧିତ ଅହିତ, ।

ବନୌଷଧି ଯୋଗେ ରୋଗ ହୁଏ ନିବାରିତ ।

ବିନ୍ଧ୍ୟାଚଳ ବିକରଇ ସ୍ୱୀୟ କରି ଗଣ,

ମଳୟ ଅଚଳ ବିସକରଇ ଚନ୍ଦନ,

କିକରଇ ରତ୍ନାକର ସ୍ୱୀୟ ରତ୍ନଚୟ,

ମହତର ବିତ ପର କାର୍ଯ୍ୟେ ହୁଏବ୍ୟୟ ।

ପଦ୍ମ, କଇରବ ବିକଶିତ ସରୋବରେ,

ଶମ୍ବୁକ ଲୋଡ଼ଇ କ୍ରୋଧ ଯଥା ଯତନରେ,

 

ତଥାଗୁଣ ନିଚୟରେ ଖଳଲୋକ ଗଣ,

ଯତନରେ କରୁଥାନ୍ତି ଦୋଷ ଅନ୍ୱେଷଣ ।

ବିକଚ କରଇ ସୂର୍ଯ୍ୟ କମଳ କାନନ,

ବିକାଶଇ ନିଶ୍ଚାନାଥ କଇରବ ବନ,

ବିନା ପ୍ରାର୍ଥନାରେ ଜଳ ଦାନ କରେ ଘନ,

ପରହିତେସ୍ୱତଃ ରତ ଥାନ୍ତି ସନ୍ଥଜନ ।

ରୋପଣ କାଳରେ ଦେଇଥିବା ଅଳ୍ପବନ,

ଦେଖ ନାରିକେଳ ତାହା କରିଣ ସ୍ମରଣ

ଅମୃତ ତୁଳ୍ପ ସଲୀଳ ଦିଏ ଆଜୀବନ

ନତୁଲନ୍ତି କୃତ ଉପକାର ସାଧୁ ଜନ ।

କାକର ଚଞ୍ଚୁରେ ଯୁକ୍ତ କରିବ କାଞ୍ଚନ,

ମାଣିକ୍ୟ ଯୁକ୍ତ କରିବ ତାବେନି ଚରଣ,

ପ୍ରତିପକ୍ଷେ ରାଜରାଦି ମୁକ୍ତା ସଂଯୋଜନ-

କଲେ ସୁଦ୍ଧା କାହି ହଂସନୁହେ କଦାଚନ ।

ଅଗାଧ ଜଳେ ସଞ୍ଚାର କରଇ ରୋହିତ,

ହୃଦୟରେ ଗର୍ବତାର ନବହେ ବିଞ୍ଚିତ,

 

ଅଙ୍ଗୁଷ୍ଠ ମାତ୍ର ଉଦକ ମଧ୍ୟରେ ସଞ୍ଚରି,

ଗର୍ବବଶେ ଫରଫର କରଇ ଶଫୀର ।

ଜନ୍ମେ ଥାଏ ପଦ୍ମ ଅର୍କ ରହେ ଲକ୍ଷାନ୍ତରେ

ହିଲକ୍ଷେ ରହଇ ଇନ୍ଦୁ କଇରବ ସରେ,

ଗିରିରେ ରହେ କଳାପୀ ବନ୍ଧୁ ତା ଅମୁଦ,

ନୁହେ ତାର ଦୁର, ଅଟେ ଯେଯାହା ସୁହୃଦ

ଦୋଷ ଗୁଣରୂପେ ସାଧୁ କରଇ ଗ୍ରହଣ,

ମାତ୍ର ଗୁଣ ଦୋଷରୂପେ ଘେନଇ ଦୁର୍ଜ୍ଜନ ।

ସାଗରୁ ଲବଣଜଳ ନେଇ ମେଘଗଣ,

ମଧୁର ଉଦକ ରୂପେ କରନ୍ତି ବର୍ଷଣ,

 

ସ୍ୱାଦୁ କ୍ଷୀର ପାନକରି ଦେଖ ବିଷଧର,

ବମନ କରେ ଗରଳ ସେ ଦୁଃସହ ତର ।

ସାଧୁ ମାନଙ୍କ ସ୍ୱଭାବ କିବା ଚମତ୍କାର,

କରନ୍ତି ବିପତ୍ତିକାଳେ ପରଉପକାର ।

ରାହୁମୁଖେ ନିଶାପତି ହୁଏ କବଳିତ,

କରେ ସେକାଳରେ ସେହୁ ପୁଣ୍ୟ ବିତରିତ ।

 

ନିର୍ବାଣ ଦୀପରେ ତୈଳ କିବା ପ୍ରୟୋଜନ,

ପୟୋ ଗତେ କିସ କାର୍ଯ୍ୟ ସେତୁର ବନ୍ଧନ,

ବୟେଗତେ କିବା କାର୍ଯ୍ୟ ବନିତାରେ ମନ,

ଚୌର ଗତେ ସାବଧାନ ଅଟେ ଅକାରଣ ।

ଲୋଭଠାରୁ ଅନ୍ୟ ଦୋଷ କିଅଛି ସଂସାରେ ?

ନିଶୁନତା ଠାରୁ ବଳି ପାପ କେଉଁଠାରେ ?

ଥିଲେ ସୁଜନତା ଅନ୍ୟ ଗୁଣେ ବି କାରଣ ?

ମହିମାର ବିଦ୍ୟାମାନେ ବିକାର୍ଯ୍ୟ ଭୂଷଣ ?

 

ତପେ, କପେ ବିକାରଣ ସତ୍ୟପାରବଳ ?

ମନଯାର ଶୁଚି ତାର ତୀର୍ଥେ କିସଫଳ ?

ଥିଲେ ସଦବିଦ୍ୟା ଧନେ ନାହିଁ ପ୍ରୟୋଜନ,

ହେଲେ ଅପଯଶ ଶ୍ରେୟଃ ତହିଁରୁ ମରଣ ।

କାମନା କରନ୍ତି ଯେହୁ ସାଧୁ ସହବାସ,

ପରଗୁଣ ଦେଖି ଯେହୁ ହୁଅନ୍ତିଉଲ୍ଲାସ,

ଗୁରୁଜନ ପ୍ରତିଯାର ନମ୍ର ଆଚରଣ,

ବିଦ୍ୟାଲାଭ ହେତୁ ଯାର ବିଶେଷ ଯତନ ।

 

ଲୋକ ଅପବାଦକୁ ଯେ ସଦାକରେ ଭୟ

ନିଜବନିତାରେ ରତ ଯାହାର ହୃଦୟ

ଶ୍ରୀହରି ଚରଣେ ଯାର ଥାଏ ସଦାମନ,

ଆତ୍ମା ଦମନର ଶ୍ରାନ୍ତ ଯେକରେ ଧାରଣ,

ଖଳସଙ୍ଗ ଭେଜିବାକୁ ସଦା ଚେଷ୍ଟା ଯାର,

ଏସର୍ବ ନିର୍ମଳ ଗୁଣୀ ଜନେ ନମସ୍କାର ।

ଦୁଃଖୀଅଟେ ସେହିଜନ ନାହିଁ ଯାରଧନ,

ତହୁଁ ବଳି ଦୁଃଖୀ ଯେହୁ ସେବଇ କୃପଣ,

ତାହାଠାରୁ ବଳି ଦୁଃଖୀ ପରଗୃହ ବାସୀ,

ସବୁଠାରୁ ବଳିଦୁଖୀ ଯେଗର ପ୍ରବାସୀ ।

କାଚ ସମାଦରେ ଶିରେ କଲେହେଁ ଧାରଣ,

ମୁକ୍ତବାନ ମଣି କଲେ ଚରଣେ ଦଳନ,

କାଚର ମୂଳ କଦାପି ନହୁଏ ବର୍ଦ୍ଧନ,

ନହୁଅଇ ମଣି-ମୂତ୍ତି ହ୍ରାସ କଦାଚନ ।

ମଦଯୋଗେ ଶୋକେ ଦନ୍ତୀ, ପଦ୍ମେ ସରୋବର,

ପୂର୍ଣ୍ଣଇନ୍ଦୁ ଯୋଗେ ରାତ୍ରୀ ହୁଏ ଶୋଭାକର,

 

ଦ୍ରୁତ ଗତିରେ ଘୋଟକ, ଶୀଳରେ ଯୋଷିତ,

ନିତ୍ୟ ଉତ୍ସବେ ମନ୍ଦିର ହୁଅଇ ଶୋଭିତ, ।

ତଟିନୀ ହଂସ ମିଥୁନେ, ବାଣୀ ବ୍ୟାକରଣେ,

ସଭା ହୁଏ ଶୋଭକର ସୁପଣ୍ଡିତ ଗଣେ,

ନୃପକ ହେତୁ ବସୁଧା କୁଳ ସୁତନୟ,

ବିଷ୍ଣୁଙ୍କ ହେତୁରୁ ଶୋଭାପାଏ ଲୋକ ତ୍ରୟ ।

ଫଳଶୂନ୍ୟ ତରୁ ପକ୍ଷୀ କରନ୍ତି ବର୍ଜ୍ଜନ,

ତ୍ୟଜନ୍ତି ସାରସ ଶୁଷ୍କ ହେଲେ ସରବନ,

ପର୍ଯୁଷିତ ଦୃଷ୍ଟଭାଙ୍ଗ, ମୃଗଦସ୍ୱ ବନ,

ତ୍ୟଜନ୍ତି ଗଣିବା ହେଲେ ଧନହୀନ ଜନ,

ଭ୍ରଷ୍ଟଶ୍ରୀ ମନ୍ତ୍ରୀକୁ ତ୍ୟାଗ କରେ ମହୀଧବ

ସର୍ବେ କାର୍ଯ୍ୟ-ବଶ ନୁହେ କେକାହା ବଲ୍ଲଭ ।

କୂପ-ତଳ ଶୋଷିବାକୁ କୁମ୍ଭ ଅଭାଜନ,

କୁମ୍ଭ-ଭାବ ମୁନିକଲେ ସମୁଦ୍ର ଶୋଷଣ,

ପିତୃ-ଗୁଣେ ବିଶେ ଅଛି କେଉଁ ପ୍ରୟୋଜନ,

ନିଜ ଶକ୍ତି, କରେ ସିନା ପୌରଷ ବର୍ଦ୍ଧନ ।

 

ପୁରୁତାର ଗୁରୁତାକୁ ନହେବ ପ୍ରଶଂସ,

ବିକ୍ରମ ଗୁରୁତା ବିଶ୍ୱେ ଅଟେ ଗରୀୟସୀ ।

ଗିରି-ପରିମାଣ ଦେହ ଧରଇ ବାରଣ,

କ୍ଷୀଣକାୟ ସିଂହ ତାକୁ କରେ ବିଦାରଣ ।

ହେଉ ପଛେ ଲୋକ, ରୂପ, ଯୌବନ ସମ୍ପନ୍ନ,

ଉଚ୍ଚକୁଳେ କରିଥାଉ ଜନମ ଗ୍ରହଣ,

ମାତ୍ର ଯେବେ ନକରେସେ ବିଦ୍ୟା ଉପାର୍ଜନ,

ନିର୍ଗନ୍ଧ କିଂଶୂକ ସମ ନହୁଏ ଶୋଭନ ।

ଏକଗୁଣୀ ପୁତ୍ର ଅଟେ ଶ୍ରେଷ୍ଠରେ ଗଣନ,

ଶତମୂର୍ଖ ପୁତ୍ରେ କାହିଁ କିଛି ପ୍ରୟୋଜନ

ଏକମାତ୍ର ଚନ୍ଦ୍ରକରେ ତିମିର ଖଣ୍ଡନ,

ତାରା ଗଣେ କରିବାକୁ ତାହା ଅଭାଜକ

ଏକମାତ୍ର ସୁପାଦପ ହୋଇଣ ପୁଷ୍ପିତ,

ସଉରଭେ ସର୍ବଜନ କରେ ସୁବାସିତ,

ତେସନ ସୁପୁତ୍ର କଲେ ଜନମ ଗ୍ରହଣ,

କରଇ ନିଜ ବଂଶର କୀରତି ଗ୍ୟାପନ ।

 

ଏକମାତ୍ର କ୍ରବଂକ୍ଷର କ୍ରୋଟରେ ଚ୍ଛ୍ୱଳନ,

ଲାଗି ଦଗ୍ଧ କରିଦିଏ ଯଥା ସର୍ବ ବନ,

ତଥା କୁଳରେ ଜନମେ ଯଦି କୁ କୁମାର

ଚଉ ଦିଗରେ କରଇ ଅଖ୍ୟାତି ପ୍ରଚାର

ଆଜ୍ଞା, କୀର୍ତ୍ତି, ଦ୍ୱିଜବର ମାନଙ୍କୁ ପାଳନ

ଦାନ, ଉପଭୋଗ ପୁଣିୁ ମିତ୍ର ସଂରକ୍ଷଣ,

ଯେନ ପତି ଠାରେ ତାହିଁ ଏଗୁଣ ନିଶ୍ଚୟ

ବିଲାଭ ଅଛି ତାହାଙ୍କ କରିବା ଆଶ୍ରୟ

ଫଳଭାରେ ଅବନତ ହୋନ୍ତି ତରୁଗଣ,

ନବମରେ ଦୂର ବିଲମ୍ବିନ ହୋନ୍ତି ଘନ,

ସମ୍ପଦ କାଳେ ଉଦ୍ଧତ ନୁହନ୍ତି ସଜ୍ଜନ,

ଅଟେ ପରୋଗ କାରୀଳ ଏସର୍ବ ଲକ୍ଷଣ ।

ଶାନ୍ତି ରଜହୃଦେ ତୃଷ୍ଣା କରହେ ଛେଦନ,

ଗର୍ବ ମୁଃ, ପାପକାର୍ଯେ ନବଳାଅ ମନ,

ପୂଜ୍ୟେ ପୂଜାକର, କହ ସୁନତ ବଚନ,

ସାଧୁସଙ୍ଗ ଅନୁସର ସେବ ବିସଜନ,

 

ଶତ୍ରୁଜନ ପ୍ରତି ମଧ୍ୟ ହୁଅ ଅନୁନୟ,

ଯଶଃପାଳ, ପରକାଶ ବତହେ ବିନୟ,

ତାପ୍ରତି କର କରୁଣା ଯେନର ଦୁଃଖିତ,

ଏସମସ୍ତ ଅଟେ ସାଧୁ ମାନବ ଚେଷ୍ଟିତ ।

ନିନ୍ଦନ୍ତି ସ୍ତୁତି କରନ୍ତି ନୀତି ଜ୍ଞାନୀ ଗଣ,

ଆବାସେ ଆସୁବା କାଶ ପ୍ରାପ୍ତ ହେଉ ଧନ,

ଅଦ୍ୟ ଅବା ଯୁଗାନ୍ତରେ ପ୍ରବେଶ ମରଣ,

ନ୍ୟାୟପଥୁ ବିଚଳିତ ନୁହନ୍ତି ସଜ୍ଜନ ।

ଯାର ଯାହା ପ୍ରାପ୍ୟ ଦୈବ କରିଛି ନିର୍ଣ୍ଣୟ,

ତାକୁତା ମିଳିବ ବଡେ ନକର ଆଶ୍ରୟ,

ସର୍ବ ଦିଗ ପୂରି ଜନ ବର୍ଷେ ମେଘଗଣ,

ଚାତକର ମୁଖେଂ ପଡେ ଦୁଇ ତିନି କଣ ।

ରାମକରିରାଜକୁମ୍ଭ କରେ ବିଦାରଣ,

ପବନକୁ ଜିଣିବେଗେ କରଇ ଧାବନ,

ମହୀଧର କନ୍ଦରରେ ଥାଏ ଦାସକରି,

ପଶୁଠାରୁ ନୋହେ ଆନ ତଥାପି କେଶରୀ ।

 

କଳଦ୍ୱାରା ନିବାରିତ ହୁଅଇ ଜ୍ୱଳନ,

ସୂର୍ଯ୍ୟର ଉତ୍ତାପ ଛାତ୍ର କରେ ନିବାରଣ

ନିର୍ଗତ ଅଙ୍କୁଶେ ବଶ ହୋନ୍ତି ମତ୍ତଗଜେ,

ଗୋ, ଗର୍ଦ୍ଦଭ ବଶୀଭୂତ ହୁଅନ୍ତି ଦଣ୍ଡରେ,

ନଷ୍ଟ ହୁଏ ବିଷ ନାନା ମନ୍ତ୍ର ପ୍ରୟୋଗରେ,

ଶାସ୍ତ୍ର ବିହିତ ଔଷଧ ଅଛି ସମସ୍ତର,

କେବଳ ଔଷଧ ନାହିଁ ମୂରୂଖ ଲୋକର ।।

ଆପ କାର୍ଯ୍ୟ କରଣରୁ କରେ ନିବାରଣ,

ହିତକାର୍ଯ ସାଧିବାକୁ କରେ ନିଯୋଜନ,

ଗୃହ୍ୟ କଥା ଯଉନରେ କରଇ ଗୋପନ,

ଗୁଣରାଶି ଜତୁର୍ଦ୍ଦିଗେ କରେ ବିଜ୍ଞାପନ,

ଆପନେ କମୁଞ୍ଚେ ପାଶ କାଳେ ଦିଏଧନ,

ଏହାକୁ କହନ୍ତି ସ୍ୱଚ୍ଛ ସୁନିତ୍ର ଲକ୍ଷଣ ।।

ଉଚ୍ଚ ଶିଖରୀ ଶିଖରୁ ହୋଇ ନିପତିତ,

ପାଷାଣାନ୍ତରାଳେ ଦେହ ହେଉ ବିଗଳିତ,

ଫଣିପତି ବଦନରେ ସୁତୀକ୍ଷ୍ମ ଦଶନ,

 

ମଧ୍ୟେ ଭଲ ନୋହିହସ୍ତ କରିବା ସ୍ଥାପନ,

ଅନଳେ ପଡିଣ ହେଉ ଭଷ୍ମୀଭୂତ ଦେହ,

ତଥାପି ଶୀତଳା ତ୍ୟାଗ ନୁହଇ ବଧେୟ ।

ସ୍ୱାମୀ-ହିତ ଚିନ୍ତେ ଯେହୁ ସେହୁ ସ୍ମରମଣୀ,

ସଦ୍ଗୁଣେ ଯେ ତୋଷେ ପିତା ତାକୁ ପୁତ୍ରେ ଗଣୀ,

ସମ୍ପଦେ ବିପଦେ ଭାବ ସମ ପରିମିତ

ଯାର ହୃଦେଥାଏ ସେହି ଏକା ଅଟେ ମିତ,

ଏହି ତିନିଗୁଣ ବିଶାରଦଙ୍କୁ ଜମତେ

ଲାଭ କରି ଥାନ୍ତି ସିନା ଏକା ପୁଣ୍ୟବନ୍ତେ ।

ନଭେଦେ ନାରୀ କଟାକ୍ଷ ଶର ଯାରମନ,

କ୍ରୋଧା ନଳ ତାପ-ନ୍ଦାକୁ ନକରେ ଦହନ,

ନକରଇ ତୃଷ୍ଣା ଜାତ ଯା ଲୋଭ ବିଷୟ,

ଏମନ୍ତ ସୁଧୀର କରେ ଲୋକତ୍ରୟ ଜୟ ।

ଶୀତଗତେ ବସ୍ତ୍ର ଦିବା ଅନ୍ତଚେ ଭୋଜନ,

ପୟୋଗତେ ସେତୁ, ବିଭା ଗତେ ଯଉବନ,

ପ୍ରସ୍ଥାନ ଉତ୍ତାରୁ ଲଗ୍ନକାଳ ନିରୂପଣ,

ସ୍ୱକାର୍ଯ୍ୟ ଗତେ ଏସର୍ବ ଅଟେ ଅକାରଣ ।

 

ପ୍ରାପ୍ତ ଲୋକକୁ ନିଯୁକ୍ତ କରିଲେ ରାଜନ,

ଯଶଃ, ଅର୍ଥ, ସ୍ୱର୍ଗବାସ କରଇ ଅର୍ଜନ,

ଦୁର୍ଜ୍ଜନ ନିଯୁକ୍ତ ଯେବେ କରେ ମହୀପତି,

ହୁଏତା ଅଯଶଃ, ଅର୍ଥନାଶ ନର୍କଗତି ।

ଯାରମାତା ଲକ୍ଷ୍ମୀ ପିତା ଶ୍ରୀ ମଧୁସୂଧନ,

ବିଷମ ଆୟୁଧ କରିଛନ୍ତି ଯେ ଧାରଣ,

ସେମଦନ ଶାମ୍ବୂଦ୍ୱାରା ହୋଇଲେ ଦହନ,

କାରଶକ୍ର ପ୍ରକୃତକୁ କରିବ ଲଂଘନ ?

ଚନ୍ଦ୍ରାକ୍ଷୟୀ ଜଡଆତ୍ମା ବକ୍ର କଳେବର

ମିତ୍ର ବିପତ୍ତି କାଳରେ ହୁଏ ଦୋଷୀ କର,

ତଥାପି ତାହାର ଗିରେ ଶିରେ ବହିଛନ୍ତି ହର,

ମହତ ନଚିନ୍ତେ ଗୁଣ ଦୋଷ ଅଶ୍ରିତାର ।

ନେତା ବୃହସ୍ପତି ଦାରବଜ୍ର ପ୍ରହତଣ,

ସେନାନୀ ଅଟନ୍ତି ଯାର ନିଜେ ସୁରଗଣ,

ତାର ସ୍ୱର୍ଗ ଦୁର୍ଗ ଯାରେ କୃପା ଜନାର୍ଦ୍ଦନ,

ଐରାବତ ବସ୍ତୀ ଅଟେ ଯାହାର ବାହାନ ।

 

ଏଆଶ୍ଚର୍ଯ୍ୟ ବଳଶାଳୀ ଦେବେନ୍ଦ୍ର ବାସବ,

ରଣେ ପଶ୍ଚାତ୍ପଦ ହୋନ୍ତି ଲଭି ପରାଭବ,

ଜଣାଗଲା ଏକାଦୈବ ଅଟଇ ଶରଣ,

ବୃଥା ପୌରୁଷକୁ ଧିକ୍କନାହିଁ ପ୍ରୟୋଜନ ।

ପଶ୍ଚିମ ଦିଗରେ ହେବ ତପନ ଉଦିତ,

ପର୍ବତ ଶିଖରେ ହେବ ପଦ୍ମ ବିକଶିତ,

ମେରୁ ପ୍ରଚଳିବ ବହ୍ନି ଶୀତଳ ହୋଇବ,

ମାତ୍ର ସଜ୍ଜନର ବାକ୍ୟକେବେ ନଟଳିବ ।

କ୍ଷମାଥିଲେ ବିକାରଣ କବଚ ଧାରଣ ?

କ୍ରୋଧ ଦେହେ ଥିଲେ ଶତ୍ରୁ କିବା ପ୍ରୟୋଜନ ?

ପ୍ରୀତିଥିଲେ ପ୍ରୟୋଜନ ନାହିଁ ଅନଳରେ,

ଥିଲେଟି ସୁହୃଦ କିସ ଦିବ୍ୟ ଔଷଧରେ ?

କିକରିବ ସର୍ପଯାର ପାଶେ ଖଳଜନ,

ଉତ୍ତମା ବିଦ୍ୟାଯା ଅଛି କିବାକାର୍ଯ୍ୟ ଧନ ?

ଯାର ଲଜ୍ଜା ଅଛି ତାର କିକାର୍ଯ୍ୟ ଭୁଷଣ ?

ସୁକବିତା ଯଦିଅଛି ରାଜା ଅକାରଣ ।

 

ଯେକାଳେ ବନ ଅନଳ କରଇ ଦହନ,

ସେକାଳରେ ତାର ସଖା ହୁଅଇ ପବନ,

ସେପବନ କିନ୍ତୁ ଦୀପ କରେ ନିର୍ବାପନ,

କାହିଁ ଅଛି ତା ଗୌରବ ଯେହୁ କ୍ଷୀଣଜନ ।

ସାଧ୍ୟ ଅନୁସାରେ କଲେ ଅତ୍ୟନ୍ତ ଯତନ,

ଆପଣା ସ୍ୱଭାବ କେହି ନକରେ ବର୍ଜ୍ଜନ ।

ଶତ ଶତ ବାର ଧୌତ କରିଲେ ଅଙ୍ଗାର,

ମଳିନତ୍ୱ ଦୋଷ କେବେ ମୁଞ୍ଚେକି ତାହାର,

ଯାହାର ସ୍ୱଭାବ ଅଟେ ଯେବଣ ପ୍ରକାର,

ଅତିକ୍ରମ କରିବାକୁ ନାହିଁ ଶକ୍ତି ତାର,

ଶ୍ୱାନକୁ ନେଇଣ ଯେବେ କରିବ ରାଜନ,

ସେକି ଲୋଭେ ଉପାନହ ନକରେ ଭୋଜନ ?

ବାକ୍ୟ ସତ୍ୟ ସିଞ୍ଚେ ପୁଣି ବୁଦ୍ଧ-ଜାଡ୍ୟହରେ,

ଦିଏ ମାନୋନ୍ନତି ପାପ ବିନାଶ ନକରେ,

ଚିତ୍ତ ପ୍ରସନ୍ନ କରଇ କୀରତି ପ୍ରକାଶ,

ପୁରୁଷର କିନକରେ ସାଧୁ-ସହବାସ ?

 

ଶ୍ଳାଘ୍ୟ ହସ୍ତେ କରିବାର ଧନ ବିତରଣ,

ମସ୍ତକେ ପ୍ରଣାମ ଗୁରୁ ଦେବ ଶ୍ରୀଚରଣ,

ମୁଖରେ ପ୍ରକାଶ ସଦା ସୁନତ ବଚନ,

ବୁଜ ଦ୍ୱୟରେ ଅତୁଳ ବିକ୍ରମ ଧାରଣ’

ହୃଦୟ ସ୍ୱଚ୍ଛ କର୍ଣ୍ଣରେ ସୁଶାସ୍ତ୍ର ଶ୍ରବଣ,

ବିନା ଐଶ୍ୱର୍ଯ୍ୟରେ ଏହା ସାଧୁର ମଣ୍ଡନ ।

ଦେବତା ମାନଙ୍କୁ କରିବାର ନମସ୍କାର,

ଅକାରଣ ସେହୁ ଦଶହତ ବିଧ ତାର,

ବଧୁକୁ ବନ୍ଦନ କରା ଅଟେ ଅକାରଣ,

ସେକର୍ମ୍ମାନୁସାରେ ଫଳ କରେ ବିତରଣ,

ଅସାଧ୍ୟ ଅଟଇ ଯାହା ଦେବତା ଧାତାର ।

ତାହାକରେ କର୍ମ୍ମ ତେଣୁ ତାକୁ ନମସ୍କାର

ଅଧିକ ଗରଳ ନଧରଇ ଅଶୀବିଷ ।

ଆବାଲ କାଳରୁ ଯେହୁ ଅଟନ୍ତି ଅସତୀ,

ସେ କୁନ୍ତୁଭୋଜ କୁମାରୀ କଲେ ସ୍ୱର୍ଗେଗତି

ପତିଭକ୍ତା ସୀତାକଲେ ପାତାଳେ ବସତି

କର୍ମ୍ମର ଅଟଇ ଆହା କି ବିଚିତ୍ର ଗତି ?

 

ଦୁସ୍କାର୍ଯ୍ୟମାନ କରନ୍ତି ଦୁର୍ଜ୍ଜନ ସକଳ,

ଭୋଗକରିଥାନ୍ତି ସାଧୁଜନ ତାର ଫଳ,

ଦଶାନନ ଯାନକୀଙ୍କୁ କରିଲା ହରଣ,

ସେହି ଦୋଷେ ମହୋଦଧି ହୋଇଲା ବନ୍ଧନ ।

ଜାତି ରସାତଳେ ଯାଉ ପୁଣି ଗୁଣ ଗଣ,

ତାହାରି ଅଧୋପ୍ରଦେଶେ ହେଉ ନିମଜ୍ଜନ,

ଶଇଳ ତଟରୁ ହେଉ ଶୀଳତା ପତନ,

ବୈଶ୍ୱାନରେ ହୋଇଯାଉ ଦଗ୍ଧ ଅଭିଜନ ,

ଶୌର୍ଯ୍ୟେ ଆଶୁ ବଜ୍ରପଡ଼ୁ ଏକାଥାଉ ଧନ

ଯାରବିନା ଏହୁ ଗୁଣେ ତୃଣସମ ଗଣ୍ୟ

ଫଳୋଦୟ ହୋଇଥାଏ ସର୍ବତ୍ର ଭାଗ୍ୟରେ

ନାହିଁକିଛି ପ୍ରୟୋଜନ ବିଦ୍ୟା ପୌରୁଷରେ,

ଲାଭକଲେ ଦେଖିକରି ସୁମଦ୍ର ମନ୍ଥନ,

ତହିଁରୁ ମହତ ଖଳ-ରସନାରବିଷ ।

ଏକର କର୍ଣ୍ଣ ମୂଳରେ କରଇ ଦଂଶନ

ଦିଆଶର୍ଯ୍ୟ ତହିଁହରେ ଅନ୍ୟର ଜୀବନ ?

 

ବାଡବ ସନ୍ନିଧି ଜାଣିତ୍ୟଜିଣ ସାଗର,

ଶମ୍ବୁଙ୍କଶିରୀ-ଆଶ୍ରୟ ନେଲା ସୁଧାକର,

ହରନେତ୍ରାନଳ, ବିଷେ ହୋଇଣ ତାପନ,

ତହୁଁ ଯାଇ ନେଲା ସେହୁ ଆଶ୍ରୟ ଗଗନ,

ଗହୁତୁଣ୍ଡେ କବଳିତହେଲା ଚନ୍ଦ୍ର ତହିଁ,

ଆପଦେ ପଡ଼ଇ ଭାଗ୍ୟହୀନଯାଏ ଯହିଁ ।

ସୂର୍ଯ୍ୟ କୁଳେ ଜାତ ପ୍ରିୟାସତ୍ୟବନ୍ତୀ ସୀତା,

ଅକ୍ଷୌହିଣୀ ବଳଶାଳୀ ଦଶରଥ ପିତା,

ପ୍ରତ୍ୟେକ୍ଷ ଯେ ବିଷ୍ଣୁ, ଯାଙ୍କ ଅନୁଜଲକ୍ଷ୍ମଣ,

ଯାହାଙ୍କ ସମ ଦୋର୍ଦଣ୍ଡ ନାହାନ୍ତି ଭୁବନ

ସେ ଶ୍ରୀରାମ ବିଧିଦ୍ୱାରା ହେଲେ ବିଡମ୍ବିତ,

ଅନ୍ୟୋଲକର କଥାରେ କିବା ଆଚମ୍ବିତ ?

ଅଖିଳ ଅବନ୍ନ ବଳୀରାଜା କରିଦାନ,

ତାରଫଳେ ଲଭିଲେ ସେ ପାତାଳରେ ସ୍ଥାନ

ଶକ୍ତୁପ୍ରସ୍ଥ ଶକ୍ରମୁନି କରି ବସର୍ଜ୍ଜନ,

ସେ ଫଳ ସେସ୍ୱର୍ଗପୁର କଲେ ଆରୋହଣ,

 

ହର କାଳକୂଟ ବିଷ, ଲକ୍ଷ୍ମୀ ନାରାୟଣ ।

ଚାରୁବଂଶେ ଜନ୍ମିଛନ୍ତି ବ୍ୟଜନ ସଜ୍ଜନ

ଦିଜେଭ୍ରମୀ ପରିତାପ କରନ୍ତି ମୋଚନ ।

 

ଯହିଁ ଶ୍ରୋତା ନାହିଁ ତହିଁ କିକାର୍ଯ୍ୟ ବକ୍ତାର ?

ଉଲଗ୍ନ ସନ୍ୟାସୀ ଦେଶେ କି କାର୍ଯ୍ୟ ଧୋବାର ?

ବିଦ୍ୟାଳଙ୍କୃତ ଦୁର୍ଜ୍ଜନେ କରିବ ଅନ୍ତର,

ମଣିଭୂଷିତ ସର୍ପକ ନୁହେ ଭୟଙ୍କର,

ଜଳପୂର୍ଣ୍ଣାନଦୀ, ନାରୀ ନୃପର ଆଦର

ଭଜିବ ପ୍ରତ୍ୟୟ ସ୍ନେହେ ବଣିକ ଜନର,

ଅନ୍ୟେ ଦେଇ ଛାୟା ସ୍ୱୟଂ ରହନ୍ତି ଆତପେ

ପରାର୍ଥେ ବହନ୍ତି ଫଳ ମହାନ ପାଦପେ

ନଦୀତୀରେ କ୍ଷେତ୍ର, ନାହି ପୁତ୍ରର ବିନୟ

ଭାର୍ଯ୍ୟା ପରପ୍ରିୟା ତାର ମୃତ୍ୟୁ ନିଃତ୍ମଂଶୟ ।

ଚିତା ଚିନ୍ତା ମଧ୍ୟେ ଚିନ୍ତା ଗୁରୁତା ଗଣିବ,

ଚିତାଦହେ ଶବ, ଚିନ୍ତା ଦହଇ ସଜୀବ ।

ଲଘୁଚେତା ନିଜ, ପର କରଇ ଗଣନା,

ବସୁଧା କୁଟୁମ୍ବ ସମ ମଣେ ମହାମନା ।

 

ନକରିବ ଗୃହ ଦୁଶ୍ଚରିତ, ଅର୍ଥନାସ୍ତ୍ର

ମନସ୍ତାପ, ଅପମାନ, ବ୍ୟଞ୍ଜନ ପ୍ରକାଶ ।

ଯେଦେଶେ ନାହିଁ ସମ୍ମାନ, ବାନ୍ଧବ, ପୀରତି,

ବିଦ୍ୟାଚର୍ଯ୍ୟ, ସେହି ଦେଶ ବର୍ଜ୍ଜିବ ତଡତି ।

ପୁତ୍ର, ଭାର୍ଯ୍ୟା, ଭୃତ୍ୟ ବଶେ ଅଛନ୍ତି ଯାହାର,

ଅଭାବେ ସନ୍ତୋଷ, ସ୍ୱର୍ଗ ମହୀତଳେ ତାର ।

କୁଳୀନ ସହି ସମ୍ପର୍କ ମତ୍ରତା ପଣ୍ଡିତ

ଜ୍ଞାତସହେ କେବେ ନହୁଏ ଖଣ୍ଡିତ ।

ଧନୀ, ବିପ୍ର, ରାଜା, ନଦୀ, ବୈଦ୍ୟ ଯହିଁ ନାହିଁ

ସାଧୁଜନେ କେବେ ବାସ ନକରିବ ତହିଁ ।

ହେମ, ଧେନୁ, ଧର ଦାତା ଅଛନ୍ତି ସୁଲଭ

ସର୍ବଜୀବେ ଦୟାପର ମାନବ ଦୁର୍ଲ୍ଲଭ ।

ସେବନିତା କବିତାରେ କେଉଁ ପ୍ରୟୋଜନ,

ପଦ ବିନ୍ୟାସ ମାତ୍ରଯେ ନହରଇ ମନ ।

ଧର୍ମ୍ମ, ଅଧର୍ମ ମୋକ୍ଷ ନଅର୍ଜ୍ଜେଯେଜନ,

ବୃଥାତାର.... ଯଥା ଅଜାଗଳ ସ୍ତନ ।

ସର୍ବ,କ୍ଷଣ ...ଯଥା ପଦୃପତ୍ର ଜାର,

ଅକ୍ଷର .........କୀର୍ତ୍ତି ଏକାଭିଜେସ୍ଥିର.।